ଶାହାଙ୍କ ବଡ଼ ବୟାନ । କହିଲେ ଓଡ଼ିଶାରେ ଏଥର ଲଢେଇ ହେବ
by Argus News
Sat, Apr 20 | 8:53 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଶାହାଙ୍କ ବଡ଼ ବୟାନ । କହିଲେ, ଏଥର ଲଢେଇ ହେବ ନବୀନ ବାବୁଙ୍କ ସହ...ସିଧାସିଧା...ବରାବର । ମୁଣ୍ଡ ଉପରେ ନିର୍ବାଚନ ପହଞ୍ଚିଥିବାରୁ ଏବେ ମଇଦାନକୁ ଓହ୍ଲାଇଲେଣି ରାଜ୍ୟର ତିନିଦଳର ପ୍ରାର୍ଥୀ । ଆଉ ଏତିକି ବେଳେ ଶାହ ଯେମିତି ସ୍ପଷ୍ଟ ଭାବରେ ଲଢେଇ ହେବାର କଥା କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ମୋଦିଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ପାଇଁ ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ଅମିତ ଶାହ କଲେ ଅନୁରୋଧ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଲଢେଇ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, ଏଥର ଓଡ଼ିଶାରେ ବିଜେଡି ସହ ସାମ୍ନାସାମ୍ନି ଲଢ଼େଇ ହେଉଛି । ମୋଦିଙ୍କ ନେତୃତ୍ଵରେ ସାରା ଦେଶରେ ବିକାଶର ଗାଡି ଘାଏଁ ଘାଏଁ ଗଡୁଛି । ଡବଲ ଇଂଜିନ ସରକାରରେ ବିକାଶ ବଡ଼ ଜୋରରେ ହେଉଛି । ତେଣୁ ଓଡ଼ିଶାରେ ବି ଏଥର ଡବଲ ଇଂଜିନ ସରକାର ହେବ ବୋଲି ଶାହ ଦମ୍ଭୋକ୍ତି ବାଢିଛନ୍ତି ।

'ଓଡ଼ିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢ଼ିବାକୁ ବିଜେପି ସ୍ଥିର କରିଛି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅମିତ୍ ଶାହ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ  ହୋଇପାରିବ । ତେଣୁ ଏଥର ଦାୟିତ୍ବ ଦେବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି । ମୋଟ୍‌ ଉପରେ ବିଜେପି ଉପରେ ଜନତାଙ୍କର ବିଶ୍ଵାସ ବଢିବାରେ ଲାଗିଛି । ଦେଶରେ ଏବେ ମୋଦି ଲହରୀ ବି ଖେଳୁଛି । ତେଣୁ ଆଗାମୀ ନିର୍ବାଚନରେ ରାଜ୍ୟରେ ବି ବିଜେପି ସରକାର ହେବ ବୋଲି ଅନେକ କହୁଥିବା ବେଳେ ଶାହା ଯେମିତି ଦମ୍ଭୋକ୍ତି ଦେଖାଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।


 

ରାଜ୍ୟରେ ଲାଗୁ ହେବ
21m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର